ନାବାଳକ କୁ ଯୋରଜବରଦସ୍ତ ମଦ ପିଆଇ ମାଡ ମାରୁଥିବା ଭିଡିଓ ଭାଇରାଲ୍। କୁଜଙ୍ଗ ଥାନାରେ ଅଭିଯୋଗ। ଜଣେ ଅଟକ। ଏଭଳି ଅମାନବିୟ ଘଟଣା ଘଟିଛି କୁଜଙ୍ଗ ବନାପାଟ ଗ୍ରାମରେ। କୁଜଙ୍ଗ ବନାପାଟ ଗ୍ରାମର ଜଗବନ୍ଧୁ ସ୍ବାଇଁଙ୍କ ୧୧ବର୍ଷୀୟ ପୁଅ ଓମ୍ ସୌଚ ପାଇଁ ଯାଉଥିବା ବେଳେ ପାଖରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରେ ସେହି ଗ୍ରାମର କିଛି ଯୁବକ ମଦ୍ୟପାନ କରିଥିଲେ। ନାବାଳକ କୁ ଦେଖି ଡାକିଥିଲେ। ଦୁଇଜଣ ଯୁବକ ଚେୟାର ଉପରେ ବାଡି ଧରି ବସି ନାବାଳକ କୁ ତଳେ ବସାଇ ମାଡ ମାରିବା ସହ ଯୋରଜବରଦସ୍ତ ମଦ ପିଆଇ ଏକ ଭିଡିଓ ଉତୋଳନ କରିଥିଲେ। ଯଦି ଏହି ଘଟଣା କାହା ଆଗରେ ପ୍ରକାଶ କରୁ ତାହାହେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ତେବେ ଭୟଭୀତ ହୋଇ ନାବାଳକ ଜଣଙ୍କ ଘରେ କାହାରିକୁ ଜଣାଇ ନଥିଲେ। ତେବେ ଘଟଣା ଟି ୧୫ରୁ ୨୦ଦିନ ହେବ ଘଟିଥିବା ବେଳେ ଏବେ ସେହି ମଦ ପିଆଇ ମାଡ ମାରୁଥିବା ଭିଡିଓ ଟି ଭାଇରାଲ୍ ହେବି ପରେ ନାବାଳକ ଜଣଙ୍କ ର ବାପା ଦେଖି ଘଟଣା ବିଷୟରେ ପୁଅ ଠାରୁ ଜାଣିବା ପରେ କୁଜଙ୍ଗ ଥାନା ରେ ଅଭିଯୋଗ କରିଛନ୍ତି। ଘଟଣାରେ କୁଜଙ୍ଗ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚଳାଇଛି।