ଭୁବନେଶ୍ୱର;- ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ନାଁ ନେଇ ଠକେଇ । ଏହି ଠକେଇ ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଯୁବକ ହେଉଛନ୍ତି, ବିଲାଇସାଥି ଗାଁର ବୁଦ୍ଧଦେବ ସାହୁ । ତେବେ ଅଭିଯୁକ୍ତ ଜଣଙ୍କ ଚାକିରି କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗ ହୋଇଛି । ତେବେ ଖାଲି ଚାକିରୀ ନୁହେଁ ଅନ୍ୟକାର୍ଯ୍ୟ ପାଇଁ ମଧ୍ୟ କରାଇଦେବାକୁ ପ୍ରଲୋଭନ ଦେଖାଉଥିଲା ଅଭିଯୁକ୍ତ ।ଏଭଳି କହି ଅନେକ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।