ରାଇରଙ୍ଗପୁର-: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଖେମକା କଲୋନୀର ଚାରି ମହଲା ଆପାର୍ଟମେଣ୍ଟର ଏଲ ଆଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟଙ୍କ ଝୁଲନ୍ତା ମୃତଦେହକୁ ରାଇରଙ୍ଗପୁର ଟାଉନ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ନାମ ସୁଧାଂସୁ ଶେଖର ଦାସ ଓ ସେ ସମ୍ବଲପୁର ନିବାସୀ ବୋଲି ଜଣା ପଡିଛି ।
ସୂଚନା ଅନୁସାରେ ସୁଧାଂସୁ ଅନ୍ୟ ଜଣେ ସହକର୍ମୀଙ୍କ ସହିତ ଜଳଖିଆ ଖାଇସାରି ଅଫିସକୁ ଯାଇଥିଲେ । ଅଫିସରେ କିଛି ସମୟ କାମ କରି ହଠାତ୍ ଅଫିସରୁ ଚାଲି ଆସିଥିଲେ । ଆଉ ତାଙ୍କୁ ସହକର୍ମୀ ମାନେ ବାରମ୍ବାର ଫୋନ୍ କରିବା ପରେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ । କିନ୍ତୁ କିଛି ସମୟ ପରେ ସେ ରହୁଥିବା ଫ୍ଲାଟ୍ କୁ ସଫେଇ କର୍ମୀ ଆସି ଭିତରୁ ବନ୍ଦ ଓ ବାହାରୁ ତାଲା ଝୁଲୁଥିବା ଥିବା ଦେଖି ବାରମ୍ବାର କଲିଙ୍ଗ୍ ବେଲ୍ ବଜାଇ ଥିଲେ କିନ୍ତୁ ଭିତରୁ କୌଣସି ଜବାବ ମିଳି ନଥିଲା । ଆପାର୍ଟମେଣ୍ଟ ତଳେ ସୁଧାଂସୁଙ୍କ ମୋଟର ସାଇକେଲ ଥିବା ଦେଖି ସଫେଇ କର୍ମୀଙ୍କୁ ସନ୍ଦେହ ହବାରୁ ସେ ଅଫିସ କର୍ମଚାରୀଙ୍କୁ ଓ ପୋଲିସକୁ ସୂଚନା ଦେଇଥିଲେ । ସଫେଇ କର୍ମଚାରୀଙ୍କ ସୂଚନା ପାଇ ପୋଲିସ ଆସି କବାଟ ଭାଙ୍ଗି ଫ୍ଲାଟ୍ ରେ ପଶି ସୁଧାଂସୁଙ୍କ ମରଶରୀର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲା । ତେବେ ଆତ୍ମହତ୍ୟା ର କାରଣ ଜଣା ପଡ଼ି ନ ଥିବାବେଳେ ପୋଲିସ ଅଧିକ ତଦନ୍ତ କରୁଛି ।