ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଦୁର୍ଘଟଣା

ଦିଗପହଣ୍ଡି: ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନେଇ ଯ୍ଧମଥିବା ମିନି ବସ ଦୁର୍ଘଟରାଗସ୍ତ ହୋଇଛି । ପୋଲିଂ ପାର୍ଟିକୁ ନେଇ ଯାଉଥିବା ମିନି ବସ ଓଲଟି ପଡିଛି । ଚିକିଟି ବ୍ଲକ ପିତାବଳି ନିକଟରେ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ବସଟି ଓଲଟି ପଡ଼ିବା ଦ୍ବାର ୨ଜଣ ପୋଲି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ନବରଙ୍ଗପୁର ଜିଲ୍ଲାଉମରକୋଟ ଅଞ୍ଚଳରେ ମଧ୍ୟ ପୋଲିଂ କର୍ମଚାରୀଙ୍କ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ହେଲେ ଅଲେଖ ରନ୍ଧାରି ବୋଲି ଜଣା ପଡିଛି । ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟର ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୯୬କୁ ଆସିଥିଲେ । ମୃତ ଅଲେଖ ରନ୍ଧାରି ବସରୁ ଓହ୍ଲାଇ ବୁଥକୁ ଯିବା ସମୟରେ ପଛରୁ ବାଇକ ଧକ୍କା ଦେଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।