କଳାହାଣ୍ଡି / ବ୍ୟମୋ କେଶ ପୁରୋହିତ: ସଡକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଜୁନାଗଡ ଥାନା ଅନ୍ତର୍ଗତ ଚିଚୈଗୁଡା ଛକ ନିକଟରେ ଘଟିଛି ଏଭଳି ଅଘଟଣ । ବିବାହଘରୁ ଏର୍ଟିକା ଗାଡି ( ନମ୍ବର ଙଊ୧୩ଇ୭୪୬୪)ରେ ନିଜ ଗ୍ରାମ ନକଟିଗୁଡାକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଲା । ପରେ ଗ୍ରାମର ଲୋକ ଘଟନାସ୍ଥଳରେ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତର ଖାନା କୁ ପଠାଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏଥିରେ ନିଜେ ଗାଡି ମାଲିକ ନକଟି ଗୁଡା ଗ୍ରାମର ଶ୍ରୀ ଶ୍ରୀକାନ୍ତ ମେହେର,(୪୮) ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।