ବାଇକକୁ ପଛପଟୁ ଧକ୍କା ଦେଇଛି ଡମ୍ପର , ଭାଇ ଗୁରୁତର , ଭଉଣୀ ମୁତ୍ୟୁ
ବାଲେଶ୍ୱର ଜିଲ୍ଲା ଇଟାମସିଦା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ବାଇକକୁ ପଛପଟୁ ଧକ୍କା ଦେଇଛି ଡମ୍ପର । ଫଳରେ ଦୁର୍ଘଟଣାରେ
(ବାଲେଶ୍ଵର) : ବାଲେଶ୍ୱର ଜିଲ୍ଲା ଇଟାମସିଦା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ବାଇକକୁ ପଛପଟୁ ଧକ୍କା ଦେଇଛି ଡମ୍ପର । ଫଳରେ ଦୁର୍ଘଟଣାରେ ଭଉଣୀର ଜୀବନ ଚାଲି ଯାଇଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତ ହୋଇଛି ।
ସୂଚନାନୁଯାୟୀ , ଏକ ବାଇକରେ ଶିବ ଶଙ୍କର ତାଙ୍କ ଭଉଣୀ ମଞ୍ଜୁଲତାଙ୍କୁ ବସାଇ ଆସୁଥିଲେ । ଏହି ସମୟରେ ଇଟାମସିଦା ଛକ ନିକଟରେ ବାଇକ ପଛପଟୁ ଡମ୍ପରଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ୟୁ ଘଟିଥିଲା । ଭାଇ ଶିବଶଙ୍କର ଗୁରୁତର ହୋଇଥିଲେ । ଶିବଶଙ୍କର ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।