ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ୍ ବୀରରାମଚନ୍ଦ୍ରପୁରର ସରପଞ୍ଚଙ୍କ ସଡକ ଦୁର୍ଘଟଣା | ନିମାପଡା ଡେଲେଟା ଛକ ଠାରେ ହୋଇଥିବା ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ସରପଞ୍ଚ ରୁପା ବେହେରା । ମୃତକଙ୍କ ମା ରାସ୍ତାରେ ଧାରଣା ଦେଇଛନ୍ତି। ସୂଚନା ଥାଉକି ହାଇୱବା ଟ୍ରକକୁ ଓଭରଟେକ କରୁଥିବା ବେଳେ ହାଇୱବା ଟ୍ରକ୍ ଚକତଳେ ଚାପି ହୋଇଥିଲେ।
ଘଟଣା ସ୍ଥାନରେ ତାଙ୍କର ମୃତ୍ୟୁ ହେବା ଦେଖିବାକୁ ମିଳିଥିଲା। ସରପଞ୍ଚ ରୁପା ବେହେରା ତାଙ୍କ ଭାଇଙ୍କ ସହ ଏକ ବିବାହ ଭୋଜି ଖାଇ ଫେରୁଥିବା ବେଳେ ହୋଇଥିଲା ଦୃର୍ଘଟଣା। ତାଙ୍କର ଦୁଇଟି ଶିଶୁପୁତ୍ର ଥିବା ସୂଚନା ରହିଛି। ନିମାପଡା ପୋଲିସ ମୃତ୍ୟୁ ଶବକୁ ଜବତ କରିବା ସହ ଗାଡିଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଡେଲଟା ଛକରେ କିଛି ସମୟ ଉତେଜନା ଥିବା ଦେଖିବାକୁ ମିଳିଥିଲା। ଏବେ ପୋଲିସ ଶବକୁ ଜବତ କରି ସରପଞ୍ଚଙ୍କ ପରିବାରକୁ ଖବର ଦେଇଛନ୍ତି।