୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଦୁର୍ଘଟଣା, ଅଟୋ ଚାଳକ ମୃତ

ଟାଙ୍ଗୀ:୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଅଟୋ ରିକ୍ସା ଚାଳକ ମୃତ । ମୃତକ ଜଣକ ହେଉଛନ୍ତି ୩୫ ବର୍ଷିୟ ସୁଦାମ ଚରଣ ଜାଲି । ତାଙ୍କ ଘର ଖୋର୍ଦ୍ଧା ଜିଲାର ଅଠର ବାଟିଆ ଚିଲିକା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ଜିଲାରେ ।

ଗତକାଲି ବିଳମ୍ବିତ ରାତିରେ ଅଟୋ ରିକ୍ସାରେ ପାସେଂଜର ନେଇ ବାଲୁଗାଁ ଯାଉଥିଲେ । ତେବେ ହଠାତ୍ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଅଟୋ ରିକ୍ସାଟି ଖରାପ ହୋଇ ଯାଇଥିଲା । ଚାଳକ ସୁଦାମ ଖରାପ ଅଟୋ ରିକ୍ସାକୁ ସଜାଡୁଥିବା ବେଳେ ପଛ ପଟୁ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେବା ସହ ସୁଦାମଙ୍କ ଉପରେ ଚଢି ଯାଇଥିଲା । ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ଟାଙ୍ଗୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଅଟୋ ରିକ୍ସାକୁ ଜବତ କରି ତଦନ୍ତ ଆରମ୍ଭ ଜରିଛି । ସେପଟେ ଅଟୋ ରିକ୍ସା ଚାଳକଙ୍କ ମ୍ରୁତ୍ୟୁ ଖବର ପାଇ ଡ୍ରାଇଭର ମହାସଂଘର ବହୁ ସଦସ୍ୟ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଛନ୍ତି । ଅଟୋ ରିକ୍ସା ଚାଳକଙ୍କ ପରିଵାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।