ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଉଦଳା / ଦୀପକ ମିଶ୍ର : ବାଇକ୍ ଏବଂ ପିକଅପ ମୁହାଁମୁହିଁ ଧକ୍କା । ବାଇକ୍ ଆରୋହୀ ମୃତ ସାଥୀ ଗୁରୁତର । ଏଭଳି ଘଟଣା ଘଟିଛି ଉଦଳା -ନୀଳଗିରି ରାଜ୍ୟ ରାଜପଥର ମଦନାପାଳ  ଛକରେ । କପ୍ତିପଦା ଥାନା ବଡଖଲାଡି ଗ୍ରାମର ସତ୍ୟରଞ୍ଜନ ନାଏକ ଏବଂ ବିଜୟ କୁମାର ବାରିକ ବାଇକ୍ ଯୋଗେ ଉଦଳା ଆସୁଥିବା ବେଳେ ମଦନାପାଳ ଛକ ନିକଟରେ ବିପରୀତ ଦିଗରୁ ଦୃତଗତିରେ ଯାଉଥିବା ଏକ ପିକଅପ ମୁହାଁମୁହିଁ ଧକ୍କା ଦେଇଥିଲା ।

ଧକ୍କା ଦେବା ପରେ ପିକଅପ ଚାଳକ ଗାଡି ନେଇ ସେଠାରୁ ଖସି ଯାଇଥିବା ବେଳେ ବାଇକରେ ଥିବା ଦୁଇ ଯୁବକ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଖବର ପାଇ ଆମ୍ବୁଲାନ୍ସ ଯୋଗେ ଉଭୟ ଯୁବକଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ସତ୍ୟରଞ୍ଜନ ନାଏକଙ୍କୁ ଡାକ୍ତର ମୃତ  ଘୋଷଣା କରିଥିଲେ । ମୃତକଙ୍କ ସାଥୀ ବିଜୟର ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।