ବଲାଙ୍ଗୀର/ରାଧାକୃଷ୍ଣ ମିଶ୍ର : ସହର ମଧ୍ୟରେ ଦୁର୍ଘଟଣା। ସହରର ମୁଖ୍ୟ ରାସ୍ତା ଭାଗିରଥି ଛକ ନିକଟରେ ଘଟିଛି ମର୍ମନ୍ତୁକ ସଡକ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଲା ଟ୍ରକ | ଦୁର୍ଘଟଣାରେ ଗୁରୁତର ହେଲେ ଦମ୍ପତି | ସ୍ୱାମୀ ବିଷ୍ଣୁପ୍ରସାଦ ମିଶ୍ର ଓ ସ୍ତ୍ରୀ ସଂଗୀତା କରତା ହୋଇଥିବା ସୂଚନା ରହିଛି। ଏମାନେ କଂସାରୀପଡାର ହୋଇଥିବା ବେଳେ ମହିଳା ଜଣକ ବଲାଙ୍ଗୀର ଜିଲ୍ଲା କୃଷିବିଭାଗ କାର୍ଯ୍ୟାଳୟର ଓଭରସିଅର ପଦରେ କାମ କରୁଥିବା ସୂଚନା ମିଳିଛି। ବିଷ୍ଣୁପ୍ରସାଦ ତାଙ୍କ ସ୍ତ୍ରୀଙ୍କୁ କାର୍ଯ୍ୟାଳୟ ଛାଡିବାକୁ ଯିବା ସମୟରେ ଏଭଳି ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭରକୁ ଧରି ପୋଲିସ ଜିମାରେ ଦେଇଥିବା ବେଳେ ଟ୍ରକକୁ ଜବତ କରିଛି ଵଲାଙ୍ଗୀର ପୋଲିସ। ଏ ପର୍ଯ୍ୟନ୍ତ ଉଭୟଙ୍କ ସ୍ଥିତି ସଙ୍କଟାପନ୍ନ ଥିବା ସୂଚନା ହସ୍ତଗତ ହୋଇଛି ।