କଦଳିମୁଣ୍ଡା ନିକଟରେ ଅଜଣା ପିକଅପ ଧକ୍କାରେ ୨ ମୃତ ଜଣେ ଗୁରୁତର

କଳାହାଣ୍ଡି : ଗୋଲାମୁଣ୍ଡା ଥାନା କଦଳିମୁଣ୍ଡା ନିକଟରେ ଏକ ବାଇକକୁ ଅଜଣା ପିକଅପ ଧକ୍କା ଦେବାରୁ ଦୁଇ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ସୂଚନା ଅନୁସାରେ, କାନ୍ଦୁଳ ଡ଼ଙ୍ଗରି ଗାଁର ଶ୍ରୀକାନ୍ତ ଅଘରିଆ, ଶୁଭାସିନି ଅଘରିଆ ଏବଂ ଅରକ୍ଷିତ ଅଘରିଆ ଓଡି ୦୮ ଏସ ୨୨୦୦ ନମ୍ବର ବିଶିଷ୍ଟ ବାଇକ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ନିଜ ଗାଁକୁ ଯାଉଥିବା ବେଳେ ଏକ ଅଜଣା ପିକଅପ ଧକ୍କାରେ ଘଟଣା ସ୍ଥଳରେ ସୁଭାଷିନୀ ଅଘରିଆଙ୍କ ମୃତ୍ୟୁ ହୋଇଥିଲା।

ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଗାଡିରେ ଶ୍ରୀକାନ୍ତ ଅଘରିଆ ଏବଂ ଅରକ୍ଷିତ ଅଘରିଆଙ୍କୁ ଚିକିତ୍ସା ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ନେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତ ଅଘରିଆଙ୍କ ମୃତ୍ୟୁ ହୋଇଥିଲା। ଅଧିକ ଗୁରୁତର ଥିବାରୁ ଅରକ୍ଷିତ ଅଘରିଆଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିଲେ।