ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଯାଜପୁର : କୋରେଇ ଥାନା ଅନ୍ତର୍ଗତ 20 ନମ୍ୱର୍ ଜାତିୟ ରାଜପଥର ପାଟୁଳୀ ଛକ ନିକଟରେ ଏକ 6 ଚକିଆ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ ହୋଇଥିବାର ସୁଚନା ମିଳିଛି। ଉକ୍ତ ଟ୍ରକଟି ଯାଜପୁର ରୋଡରୁ ବିପରୀତ ଦିଗରୁ କାଲିଆପାଣି ଯାଉଥିବା ବେଳେ ସାମ୍ନା ଦିଗରୁ 2ଛେଳି ନେଇ ବାଇକରେ ଯାଉଥିବା 2ଜଣଙ୍କୁ ଧକ୍କା ଦେଇଥିଲା | ଫଳରେ ଜଣେ ମୃତ ଅନ୍ୟଜଣେ ଗୁରୂତର ଅଛନ୍ତି। ମୃତକ ଓ ଗୁରୁତରଙ୍କ ଘର କୋରେଇ ଅଞ୍ଚଳର ମୁସଲିମ ବସ୍ତିର ବୋଲି ଜଣାପଡିଛି। କୋରେଇ ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି।