ରାଇରଙ୍ଗପୁର : ( ସତ୍ୟନାରାୟଣ ପଲ୍) ;- ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର-ବିଶୋଇ ଜାତୀୟ ତମ ରାଜପଥ ବିଜାତଳା ବ୍ଳକ ବିଶୋଇ ମଧୁପୁର ଛକରେ ବାଇକ୍ ସହ ମାଲ ବୋଝେଇ ପିକଅପ ଭେନ ମୁହାଁମୁହିଁ ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବିଶୋଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅଗ୍ନିଶମ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ବାଇକରେ ଥିବା ଜଣଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଅନ୍ୟ ମାନଙ୍କର ଚିକିତ୍ସା କରୁଛନ୍ତି ।ମୃତକ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଜେଦେରଘୁଟୁ ଗ୍ରାମର ଦାସମାତ ହେମ୍ବ୍ରମ(୫୦) ,ଅନ୍ୟ ଜଣେ ଗୁରୁତର ହେଲେ ବୁଢ଼ାନ ମୁର୍ମୁ(୨୫) ।ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ କରୁଛି । ବାଇକ ଚାଳକ ମାନେ ଲୁହାକାନୀ ପଞ୍ଚାୟତକୁ ଚାଉଳ ନେବାପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।