ବାଇକ ଉପରେ ଚଢ଼ିଗଲା ଟ୍ରକ

(ମାଲକାନଗିରି) : ବାଇକକୁ ଧକ୍କା ଦେଲା ଟ୍ରକ । ଏଭଳି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଶିରାଗୁଡ଼ା ଗ୍ରାମ ଛକ ନିକଟରେ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ସୂଚାନୁଯାୟୀ ,ମାଥିଲି ବ୍ଲକ ନୟକଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାକାନଗୁଡ଼ା ଗ୍ରାମର ଗୋପବନ୍ଧୁ କପେ ଓ ମଙ୍ଗଳା କପେ ଦୁହେଁ ଏକ ହୋଣ୍ଡାସାଇନ ବାଇକରେ କୌଣସି କାମରେ ଯାଇଥିଲେ । ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଏକ ଟ୍ରକ – ବାଇକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଗୋପବନ୍ଧୁ କପେଙ୍କର ମୃତ୍ୟୁ ହେଇଥିଲା ଓ ଆହତ ମଙ୍ଗଳା କପେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ମାଥିଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ମଙ୍ଗଳା କପେ ଅବସ୍ଥା ଗୁରୁତର ହେବାରୁ ତାକୁ କୋରାପୁଟ ଜିଲ୍ଲା ମୁଖ୍ୟାଳୟ ମେଡିକାଲକୁ ସ୍ଥାନାନ୍ତର କରାଗଲା ।