କୋଇଡା : ଗଛରେ ପିଟିହେଲା ବାଇକ ଘଟଣା ସ୍ଥଳରେ ସମ୍ପର୍କୀୟ ମୃତ, ଚାରି ବର୍ଷର ଶିଶୁ ସହିତ ବାପା ଗୁରୁତର । କୋଇଡା ଥାନା ଅନ୍ତର୍ଗତ ସଣୁଆଁ ଶିବ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପାଟମୁଣ୍ଡା ରୁ କୋଇଡା ନିଜ ଘର କନ୍ତରକୋଇଡା କୁ ବାଇକ ଯୋଗେ ଫେରୁଥିବା ବେଳେ ଭାରସ୍ୟମ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗଛରେ ପିଟି ହୋଇଥିଲା ବାଇକ । ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ସହ ଜଣେ ଗୁରୁତର ।
ଘଟଣା ସ୍ଥଳରେ କୋଇଡା ପୋଲିସ ପହଁଚି ଗୁରୁତର ଙ୍କୁ ଉଦ୍ଧାର କରି ପ୍ରଥମେ କୋଇଡା ଚିକିତ୍ସାଳୟ ଏବଂ ପରେ ରାଉରକେଲା କୁ ସ୍ଥାନନ୍ତର କରିବାର ବ୍ୟବସ୍ଥା କରାଯାଉଛି । ବାଇକ ସହିତ ଶବ କୁ ଜବତ କରି ପୋଲିସ ଅଧିକ ତଦନ୍ତ କରୁଚି ପୋଲିସ । ମୃତ ଜିତୁ ନାଏକ ଙ୍କ ଘର ସିଜିମ୍ବା ବୋଲି ଜଣା ପଡ଼ିଛି ।