(ଜୟନ୍ତ କୁମାର ସେଠୀ)ଗୋପ: ସଡ଼କ ଦୃର୍ଘଟଣାରେ ଜଣେ ଆହତ । ସୂଚନା ଅନୁସାରେ ଆହତ ବ୍ୟକ୍ତିଙ୍କ ଘର ବୀରପ୍ରତାବପୁର ଗ୍ରାମର ସତ୍ୟବ୍ରତ ମିଶ୍ର । ସତ୍ୟବ୍ରତ ନିଜ ବାଇକରେ ପୁରୀ ରୁ ନିଜ ଗ୍ରାମକୁ ଯାଉଥିବାବେଳେ ମାଳତିପାଟପୁର ଓଭର ବ୍ରିଜ଼ ନିକଟରେ ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ସ୍କୁଟି ଚାଳକ ଚମ୍ପଟ ମାରିଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପିସିଆର ପହଂଚି ଶ୍ରୀ ମିଶ୍ର ଙ୍କୁ ଉଦ୍ଧାର କରି ପିସିଆର ଭ୍ୟାନ୍ ରେ ପୁରୀ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ।