ଇଭିନିଂ ୱାର୍କରେ ଯାଉଥିବା ବେଳେ ଦୁର୍ଘଟଣା, ଦୁଇ ଜଣ ଗୁରୁତର

ରଜନୀକାନ୍ତ ପାତ୍ର / ହିଞ୍ଜିଳି : ଆସିକା ଥାନା ଅନ୍ତର୍ଗତ କେ ନୁଆଁପଲ୍ଲୀ ଛକଠାରେ ଦୁର୍ଘଟଣା । ବ୍ରହ୍ମପୁରରୁ ଭଞ୍ଜନଗର ଯାଉଥିବା ସମୟରେ ଏକ କାର OD02 BE8243 ଇଭିନିଂ ୱାର୍କରେ ଯାଉଥିବା କର୍ପୁର ନୁଆଁ ଗାଁର ବିଷ୍ଣୁ ବେହେରା (୫୨)ଙ୍କୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ଭାବରେ ଆସିକା ଅଗ୍ନିଶମ ବାହିନୀ ତାଙ୍କୁ ପ୍ରଥମେ ଆସିକା ମେଡିକାଲକୁ ଆଣିଥିଲେ । ତାଙ୍କର ଅଵସ୍ଥା ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକେଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।