ଭୁବନେଶ୍ୱର: ଇକମୋ ଚିକିତ୍ସା ପାଇଁ କୋଲକାତା ଅଭିମୁଖେ ବାହାରିଲେ ଅଭିଷେଖ ମହାପାତ୍ର । ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ କଳିଙ୍ଗ ହସ୍ପିଟାଲରୁ ତାଙ୍କୁ ନେଇ ଏକ ଆମ୍ବୁଲାନ୍ସ ବିଜୁପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଛି । ତାଙ୍କ ଯାତ୍ରା ପଥକୁ ପରିସ୍କୃତ କରିବାକୁ କଳିଙ୍ଗ ହସ୍ପିଟାଲରୁ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ କରିଡର ଘୋଷଣା କରାଯାଇଛି । ବିମାନ ବନ୍ଦରରୁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ନିଆଯିବ ।
ଅଭିଷେକଙ୍କ ଘର ବାସୁଦେବପୁର ଅଞ୍ଚଳରେ । ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଏହା ପରେ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକତା ପଡିଥିଲା, ଯାହା କୋଲକାତାରେ ଉପଲବ୍ଧ ହେଉଛି । ତେଣୁ ତାଙ୍କ ପରିବାର ବର୍ଗ ଓ ତାଙ୍କ ନବ ବିବାହିତା ସ୍ତ୍ରୀ ସରକାର ତଥା ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ । ତାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ରାଜ୍ୟରେ ଇକମୋ ଚିକିତ୍ସାର ଅଭାବରୁ ଗତକାଲି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀଙ୍କୁ ମଧ୍ୟ ଏୟାର ଲିପ୍ଟ କରାଯାଇଥିଲା କୋଲକାତା । ତାଙ୍କୁ କଟକରୁ ସଡକ ପଥରେ ବିମାନ ବନ୍ଦର ଅଣାଯାଇ ସେଠାରୁ ଏୟାର ଲିପ୍ଟ କରାଯାଇଥିଲା ।