ଭେଣ୍ଟିଲେଟରରୁ ବାହାରିଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥା

ଭୁବନେଶ୍ଵର: ସୁଧୁରୁନି ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥା । ଏବେ ବି କୋମାରେ ଅଛନ୍ତି କଣ୍ଠଶିଳ୍ପୀ । ଭେଣ୍ଟିଲେଟରରୁ ବାହାରିଛନ୍ତି ସଂଗୀତ ନିର୍ଦ୍ଦେଶକ । ମାତ୍ର ଏବେ ବି କାମ କରୁନାହିଁ ବ୍ରେନ । ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନଥିବା ଜଣାପଡ଼ିଛି। ଅକ୍ଟୋବର ୨୩ରେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନାହିଁ। ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ନିଜର ଦୈନନ୍ଦୀନ କାମକୁ ଠିକ୍ ରୂପେ କରୁଥିବା ବେଳେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଗଣେଶ ପୂଜା ଏବଂ ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଉତ୍ସାହିତ ମଧ୍ଯ ଥିଲେ । ମାତ୍ର ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ରହିଛନ୍ତି। ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତରମାନେ ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।

ଅଭିଜିତ ମଜୁମଦାର ଜଣେ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ । ସେ ଅନେକ ଆଲବମ, ସିରିଏଲ ଓ ଫିଲ୍ମ ପାଇଁ ଗୀତ ଗାଇବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସେ ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ ଫିଲ୍ମ ପାଇଁ କାମ କରିଥିଲେ । ସେ ମୋଟ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି । ତୋର କଞ୍ଚା ହଳଦୀ, ତୋ ରିବନ ଫିତା, ତୋ ହୃଦୟ କିଛି କହିଲା, ଏ ରଙ୍ଗବତୀ, ଯୋଉ ଝିଅର ଅଣ୍ଟା, ବୟସ ତୋ କସମସ, ନାଲି ଆମ୍ୱ ଭଳି ଅନେକ ହିଟ୍ ଗୀତ ଗାଇ ଲୋକଙ୍କ ମନ ଜିତିଛନ୍ତି ।