ନୂଆଦିଲ୍ଲୀ: ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ବଡ଼ ଖୁଲାସା । ଅପ୍ରତ୍ୟାଶିତ ଭାବରେ ଦୁଇଟି ଇଞ୍ଜିନ୍ ହଠାତ୍ କାମ କଲାନି । ଏକ ସେକେଣ୍ଡରେ ଇଞ୍ଜିନ୍କୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଟେକଅଫ୍ର ୯୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । ଇଞ୍ଜିନ୍ ଫେଲ୍ ହେବାରୁ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ ପାଇଲଟ୍ । ଜଣେ ଆଉ ଜଣଙ୍କୁ ଇଞ୍ଜିନ୍ ବନ୍ଦ ନେଇ ପଚାରିଥିଲେ । ବ୍ଲାକବକ୍ସରେ ପାଇଲଟ୍ଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି । AAIB ପକ୍ଷରୁ ୧୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି ହୋଇଛି ।
ସୂଚନା ଅନୁସାରେ, AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ କରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା, କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ଯୋଗାଣ ରନ ଅପ୍ ସ୍ୱିଚ କଟଅଫ୍’କୁ ଘୁଞ୍ଚିଗଲା । ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା । ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ, ସେତେବେଳେ ଏହା ବନ୍ଦ ହୋଇଗଲା । ଇନ୍ଧନ ନପହଞ୍ଚିବାରୁ କାମ କଲାନି ୨ଟି ଇଞ୍ଜିନ ।
ଇଞ୍ଜିନ ଫେଲ୍ ହେବାରୁ ଦ୍ବନ୍ଦ୍ବରେ ପଡ଼ିଥିଲେ ପାଇଲଟ୍ । ବ୍ଲାକବକ୍ସରେ ପାଇଲଟ୍ଙ୍କ ଦ୍ବନ୍ଦ୍ବର ତଥ୍ୟ ରେକର୍ଡ । ଜଣେ ଆଉ ଜଣଙ୍କୁ ଇନ୍ଧନ କାହିଁକି ବନ୍ଦ କଲ ପଚାରିଥିଲେ । ଅନ୍ୟ ଜଣେ ଇନ୍ଧନ ସୁଇଚ୍ ବନ୍ଦ କରିନଥିବା କହିଥିଲେ । ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍ଲାଇନର ବିମାନ ଟେକ୍ଅଫ୍ର କିଛି ସେକେଣ୍ଡ ମଧ୍ୟରେ ଦୁଇଟି ଇଞ୍ଜିନ ଅଚାନ୍କ ବନ୍ଦ ହୋଇଯାଇଥିଲା । ଫଳରେ ବିମାନକୁ ପାୱର ମିଳି ନଥିଲା ଏବଂ ତାହା କ୍ରାସ୍ ହୋଇଥିଲା ଏବଂ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ।