ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉପରୁ ହଟିଯିବ A1 ଓ A2 ଲେବଲ

ଭୁବନେଶ୍ୱର :ଏଥର ଦୁଗ୍ଧଜାତ ଦ୍ରବ୍ୟ ଉପରେ ରହିବନି A1 ଓ A2 ଲେବଲ। ଏନେଇ ନିର୍ଦ୍ଦେଶନାମା ଜାରି କରିଛି FSSAI । ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ଲେବଲ ଲେଖିବା ଦ୍ୱାରା ବିଭ୍ରାନ୍ତ ସୃଷ୍ଟି ହେଉଥିବା କହିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ସମସ୍ତ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ଯେମିତିକି ଘିଅ,ପନିର,ଦହି ଏସମସ୍ତ ଦ୍ରବ୍ୟ ଉପରେ A1 ଓ A2 ଲେଖିବାକୁ ବାରଣ କରାଯାଇଛି ।
ଉପଭୋକ୍ତାଙ୍କ ମାନଙ୍କ ମଧ୍ୟରେ ଏହା ବିଭ୍ରାନ୍ତ ସୃଷ୍ଟି କରୁଥିବା ଦର୍ଶାଇ FSSAI ପକ୍ଷରୁ ଏହି ନିର୍ଦ୍ଧେଶ ଦିଆଯାଇଛି । ତେଣୁ ଆଗକୁ ଏହି ଲେବଲ ଲେଖା ଯିବ ନାହିଁ । ଯଦି ପୂର୍ବରୁ ଛାପା ବା ପ୍ରିଣ୍ଟ ହୋଇଯାଇଥିବା ପ୍ୟାକେଟରେ ଲେବଲ ରହିଥାଏ, ଆଗାମୀ ୬ ମାସ ଭିତରେ ଏହାକୁ ହଟାଇବାକୁ FSSAI ପକ୍ଷରୁ ନିର୍ଦ୍ଦେହ ଦିଆଯାଇଛି ।
ଯାଞ୍ଚ ପରେ ଫସସଇ ସ୍ପଷ୍ଟ କରିଛି କି, କ୍ଷୀରରେ A1 ଏବଂ A2 ଲେବଲ ପ୍ରୋଟିନର ପାର୍ଥକ୍ୟ ସହ ଜଡିତ। ଏଣୁ ପ୍ୟାକେଟ ଉପରେ A2 ଲେଖାଥିଲେ ଏହା ଫ୍ୟାଟ ବୋଲି ଦର୍ଶାଇବା ବିଭ୍ରାନ୍ତିକର ଓ ଏହା FSS ଅଧିନିୟମ, 2006 ଏବଂ ଏହା ଅଧୀନରେ କରାଯାଇଥିବା ନିୟମାବଳୀ ଅନ୍ତର୍ଗତ ନୁହେଁ ।
ଖାଦ୍ୟ ନିରାପତ୍ତା ଏବଂ ମାନକ ନିୟମାବଳୀ, 2011 ଅନୁସାରେ ମଧ୍ୟ ଦୁଗ୍ଧ ପ୍ୟାକେଟରେ ଉଦ୍ଦିଷ୍ଟ A1 A2 ଲେବଲ କ୍ଷୀରର ଭିନ୍ନତାକୁ ଉଲ୍ଲେଖ କରେ ନାହିଁ । ତେଣୁ ଏସବୁ ଲେବଲ ଥିଲେ ୬ ମାସ ମଧ୍ୟରେ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।