ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ

ଥୁଆମୂଲ ରାମପୁର : ବାଇକ ଦୁର୍ଘଟଣାରେ ଯୁବକ ମୃତ । ଏଭଳି ଘଟଣା ଘଟିଛି ଥୁଆମୂଳ ରାମପୁର ବ୍ଲକ ଅନ୍ତରର୍ଗତ ପେରମଞ୍ଜି କରଲାପାଟ ଚେକ ଗେଟ ନିକଟରେ । ତେବେ ବାଇକଟି ଥୁଆମୂଳରାମପୁର ରୁ ଭବାନୀପାଟଣା ଯାଉଥିବା ସମୟରେ ଭାରସାମ୍ୟ ହରାଇ ଲାଇଟ ଖୁଣ୍ଟରେ ପିଟି ହୋଇଥିଲା । ଫଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକ ଜଣଙ୍କ ହୋଉଛନ୍ତି ସେମିଖାଲ ଗ୍ରାମର ସାନି ମାଝୀ ବୋଲି ଜଣାପଡିଛି ।ଖବର ପାଇଁ ଘଟଣା ସ୍ଥଳରେ କର୍ଲାପାଟ ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଛେଦ ପାଇଁ ମେଡିକଲକୁ ପଠାଇ ଥିବା ସୂଚନା ରହିଛି ।