ସମ୍ବଲପୁର:- ମହାନଦୀ ଚାଉଁରପୁର ବ୍ରିଜରୁ ପୁଣି ଜଣେ ଯୁବତୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ତଳକୁ ଡେଇଁ ପଡିଥିଲେ । ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁଶାରେ, ଯୁବତୀ ଜଣକ ହଠାତ୍ ଆସି ବ୍ରିଜ ତଳକୁ ଡେଇଁଥିଲେ । ଯାହାର ଖବର ପାଇ କିଛି ସମୟ ପରେ, ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ଏବଂ ବହୁ ଖୋଜାଖୋଜି ପରେ ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଉଦ୍ଧାର ପରେ ଯୁବତୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ଏହି ଯୁବତୀ ଜଣକ ସମ୍ବଲପୁର ସୁନାପାଲି ଅଂଚଳର ପୁଷ୍ପାଞ୍ଜଳି ବାଗ ବୋଲି ଜଣା ପଡିଥିଲା ।