କଟନ ମିଲରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

କଳାହାଣ୍ଡି/ ଜନକ ପୋଡ଼: ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ପ୍ରାଣ ଗଲା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଚିଚର୍ଲା ସ୍ଥିତ ଦ୍ୱାରାକପୁରୀ କଟନ ମିଲରେ ଜଣେ ଶ୍ରମିକ ମୃତ । ବିଦ୍ୟୁତ ଆଘାତ ରେ ୨୧ ବର୍ଷୀୟ ଯୁବକ ବୈଷ୍ଣବ ସୁନାଙ୍କ ମୃତ୍ୟୁ । କାରଖାନା ମାଲିକଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ନେଇ ଅଭିଯୋଗ । ଘଟଣାସ୍ଥଳରେ କେସିଙ୍ଗା ପୋଲିସର ତଦନ୍ତ ଜାରି ।