ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ଯୋବ୍ରା ବ୍ୟାରେଜରେ ମହାନଦୀକୁ ଡେଇଁଛନ୍ତି ଯୁବତୀ । ।ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମହିଳାଙ୍କୁ ଉଦ୍ଧାର କରିଥିବା କୁହାଯାଉଛି । ତେବେ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ମହିଳା ଜଣଙ୍କୁ ଜୀବିତ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, କଟଖ ଯୋବ୍ରା ବ୍ୟାରେଜରେ ଜଣେ ମହିଳା ମହାଦନୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ତେବେ ମହିଳା ଜଣଙ୍କ କିଏ ପରିଚୟ ମିଳିପାରି ନଥିବା ବେଳେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ ।