ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ ସିପ ଛକ ନିକଟରେ ଥିବା ମିଷ୍ଟି ମିଠା ଦୋକାନ ସମ୍ମୁଖରେ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତୁ ହୋଇଛି। ମୃତ ମହିଳା ଜଣଙ୍କ ବେନ୍ତପୁର ଗ୍ରାମର ମମତା ନାୟକଙ୍କ ମୃତୁ ଘଟିଛି। ଆଜକୁ ୧୦ ବର୍ଷ ହେଲା କାଣ୍ତସର ଗ୍ରାମର ସୋଭାଗିନି ଗୋଛାୟତଙ୍କ ଘରେ ମମତା ରହି ନାଲକୋ ଅଞ୍ଚଳରେ କାମ କରୁଥିଲେ। ସବୁଦିନ ପରି ଆଜି ପ୍ରାତଃ ୪ ଟା ସମୟରେ କାର୍ଯ୍ୟ କରିବାକୁ ନାଲକୋ ଯାଉଥିବା ବେଳେ ନାଲକୋ ଟାଉନ୍ ସିପ୍ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ହୋଇଛି।
ଘଟଣା ସ୍ଥଳରେ ସମାଜ ସେବୀ ଚିନ୍ମୟୀ ଦାସ, ପୂର୍ବତନ ସରପଂଚ ବିଷ୍ଣୁ ଚରଣ ବେହେରା ଓ ଫ୍ରେଣ୍ଡସ କ୍ଳବର ସମସ୍ତ କର୍ମକର୍ତ୍ତାଙ୍କ ସହ ନାଲକୋ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ବାରମ୍ବାର ୫୫ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜନସାଧରଣ ଏହାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି।