ମେଟ୍ରୋର ପିଲର ଖସି ଜଣେ ମହିଳା ଓ ଶିଶୁ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଘଟିଛି ଅଘଟଣ । ଆଉଟ ରିଙ୍ଗ ରୋଡରେ ନିର୍ମାଣଧିନ ମେଟ୍ରୋର ପିଲର ଖସିଯିବାରୁ ଜଣେ ମହିଳା ଓ ତାଙ୍କ ଶିଶୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ନାଗବାରା ଅଞ୍ଚଳ ନିକଟରେ ସକାଳ ସମୟରେ ଏକ ନିର୍ମାଣଧୀନ ମେଟ୍ରୋ ଖୁମ୍ବ ଖସି ପଡିଥିଲା। ଏହି ଘଟଣା ପରେ ଯାତାୟତ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଲୋକେ ଖୁମ୍ବକୁ ହଟାଇବାକୁ ଉଦ୍ୟମ ଜାରି ରଖିଥିଲେ । ଖୁମ୍ବର ଉଚ୍ଚତା ୪୦ ଫୁଟରୁ ଅଧିକ ଓଜନ କେତେ ଟନରୁ ଅଧିକ ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ମହିଳା ଓ ତାଙ୍କ ଶିଶୁକୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ। ମାତ୍ର ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।