ଶିକ୍ଷା, ସ୍ବାସ୍ଥ୍ୟ ଓ ଗଣମାଧ୍ୟମ ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ପ୍ରଫେସର ଡ. ମନୋଜ ରଂଜନ ନାୟକ ଆଜି ତାଙ୍କ ଶୁଭ ଜନ୍ମଦିନରେ ଅଜସ୍ର ଶୁଭେଚ୍ଛା ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରୁଛୁ ।
ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଓ ସମ୍ ହସପିଟାଲ, ସମ୍ ଅଲଟିମେଟ୍, ଆଇଟିଆର୍, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ସୁମା ରିଅଲ ମିଡିଅ। ପ୍ରାଇଭେଟ୍ ଲିମିଟେଡ, ପ୍ରମେୟ ଖବରକାଗଜ, ନ୍ୟୁଜ୍ ୭ ନ୍ୟୁଜ୍ ଚ୍ୟାନେଲ, ସୋଆ କମ୍ୟୁନିଟି ରେଡିଓ ୯୦.୪, ପ୍ରାଚୀନ ଆଦି ବହୁ ଅନୁଷ୍ଠାନର ପ୍ରତିଷ୍ଠାତା ହୋଇଥିଲେ ମଧ୍ୟ ଡ. ମନୋଜ ରଂଜନ ନାୟକ ପ୍ରଚାର, ପ୍ରସାର ଠାରୁ ଦୂରରେ । ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ହୋଇ ସୁଦ୍ଧା ସେ କ୍ବଚିତ୍ ମଞ୍ଚ ମଣ୍ଡନ କରନ୍ତି । ଅନେକ ଆଶ୍ଚର୍ୟ୍ୟ ହୁଅନ୍ତି ତାଙ୍କର ଏଭଳି ମଂଚ ବିମୁଖତା ପ୍ରତି । ଏତେଗୁଡ଼ିଏ ଅନୁଷ୍ଠାନକୁ ସଫଳତାର ସହ ପରିଚାଳନା କରୁଥିବା ଆମର ଦିଗଦର୍ଶକ ମନୋଜ ରଂଜନ ନାୟକ ନିଜର ସରଳ, ଅମାୟିକ ବ୍ୟବହାରରେ ସମସ୍ତଙ୍କୁ ଆପଣାର କରିନିଅନ୍ତି । ମନରେ ତିଳେ ଗର୍ବ ନାହିଁ କି ଅହଂକାର ନାହିଁ । ମନୋଜଙ୍କ ମତରେ, ‘ସଂସାରର ଶ୍ରେଷ୍ଠପ୍ରାଣୀ ଭାବେ ଜନ୍ମ ନେଇଛେ, କିଛି ଭଲ କାମ କରିଯିବା।’ ଶିକ୍ଷା, ସ୍ବାସ୍ଥ୍ୟ ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା । ସେଥିପାଇଁ ଯେଉଁ ମହାଦ୍ରୁମ ସଦୃଶ ଅନୁଷ୍ଠାନମାନ ସେ ଗଢିଛନ୍ତି, ତାହା ବୃହତ୍ତର ସାମୂହିକ ହିତ ସାଧନ କରିପାରୁଛି । ପୂର୍ବରୁ ଅଧିକାଂଶ ଡାକ୍ତରଖାନା ଭୁବନେଶ୍ବର ସହର ଭିତରେ ଥିବାବେଳେ ଭୁବନେଶ୍ବର ଉପକଣ୍ଠରେ ସମ୍ ହସପିଟାଲ ସ୍ଥାପନ ହେବା ଦ୍ବାରା ବହୁଳ ଭାବେ ଲୋକମାନେ(ବିଶେଷ କରି ଖୋର୍ଦ୍ଧା, ନୟାଗଡ଼, ବୋଲଗଡ଼, ବେଗୁନିଆ, ବାଲୁଗାଁ, ବାଣପୁର, ଟାଙ୍ଗୀ ଆଦି ଅଞ୍ଚଳର ଲୋକମାନେ) ଏହାର ସୁବିଧା ପାଇପାରିଲେ । ସହର ଭିତରର ଟ୍ରାଫିକ ଜାମରୁ ବର୍ତ୍ତି ତ୍ବରିତ ଜରୁରୀକାଳୀନ ସେବା ମିଳିବାରେ ସମ୍ ହସପିଟାଲ ସହାୟକ ହେଲା। ସେହିଭଳି ତାଙ୍କର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜସ୍ବ ଗୁଣବତ୍ତାରେ କେବଳ ରାଜ୍ୟ ନୁହେଁ କି ଦେଶ ନୁହେଁ, ସାରା ବିଶ୍ବରେ ନାଁ କରିଛନ୍ତି । ଅନେକ ଛାତ୍ର ଛାତ୍ରୀ ବିଦେଶରୁ ମଧ୍ୟ ଆସିଛନ୍ତି ।
ଆଦର୍ଶ ଶିକ୍ଷକ ପୁଣ୍ୟାତ୍ମା ଦୈତାରୀ ନାୟକଙ୍କ ସୁପୁତ୍ର ଭାବେ ଗୋଟେ ଶିକ୍ଷକ ପରିବାରର ଆଦର୍ଶକୁ ପରିପାଳନ କରି ଜନତାଙ୍କ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିଛନ୍ତି । ନିଜେ ଶିକ୍ଷକ ଭାବେ କାର୍ୟ୍ୟ କରିଥିବାରୁ ମଣିଷଗଢା କାରଖାନାର ବିନ୍ଧାଣି ଭାବେ ସେ ବହୁ ଭଲ ମଣିଷ ଗଢିଛନ୍ତି, ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ବହୁ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇପାରିଛନ୍ତି । ତାଙ୍କ ପାଇଁ ମାନବ ସେବା ହିଁ ମାଧବ ସେବା।