ମାଲକାନଗିରି(ସୂର୍ଯ୍ୟକାନ୍ତ ବେହେରା ): ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ଏକ ଜୁଟ ହେଲେ ସହ ସହ ମାଓବାଦୀ । ଏକଜୁଟ ହୋଇ ପାଳନ କଲେ୧୮ ତମ ପ୍ରତିଷ୍ଠା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୧ ରୁ ୨୭ ତାରିଖ ପ୍ରଯ୍ୟନ୍ତ ଏହି ଦିବସ ପାଳନ କରିଥାନ୍ତି ମାଓବାଦୀ ସଂଘଠନ। ଏହି ପ୍ରତିଷ୍ଠା ଦିବସରେ ସହ ସହ ମାଓବାଦୀ ସହ ସେହି ଆଖ ପାଖ ଅଞ୍ଚଳର ଅନେକ ଲୋକ ମଧ୍ୟ ସାମିଲ ହୋଇଥିଲେ । ଏହି ସଭାରେ ନାଚ ଗୀତର ଆସର ଜମିବା ସହ ନୂତନ କରି ହୋଇଥିବା ମୃତ ମାଓବାଦୀଙ୍କ ସହିଦ ସ୍ତମ୍ବକୁ ମଧ୍ୟ ଉଦଘାଟନ କରାଯାଇଥିଲା । ଏହି ନାଚ ଗୀତ ପରେ ମାଓ ନେତା ମାନେ ଭାଷଣ ମାଧ୍ୟମରେ ନିଜ ସଂଘଠନର କାର୍ଯ୍ୟ ଓ ନୀତିକୁ ଗ୍ରାମବାସି ମାନଙ୍କ ନିକଟରେ କହୁଥିଲେ। ଏଥିସହ ମାଓ ସଂଘଠନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ଏହା ପରେ ଜଙ୍ଗଲ ଭିତରେ ଏକ ଶୋଭା ଯାତ୍ରା ମଧ୍ୟ କରାଯାଇଥିଲା ।