ବନ୍ ବିହାରୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜଳେଶ୍ୱର ( ଅଜିତ ସାହୁ /ବସ୍ତା ) :-ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ମସଡା ସ୍ଥିତ ସ୍ବର୍ଗତ ବନ୍ ବିହାରୀ ମହାନ୍ତିଙ୍କ ବାସ ଭଵନରେ ,ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଯୋଗାଚାର୍ୟ୍ୟ ବଂଶୀଧର ମିଶ୍ରଙ୍କ ସଭାପତିତ୍ଵରେ ବନ୍ ବିହାରୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଇନ୍ଦୁମାଧବ୍ ମହାନ୍ତି, ସମାଜ ସେବୀ ଅରୁଣ ବେଜ୍, ପଞ୍ଚାନନ ଦାସ, ରବୀନ୍ଦ୍ର ନାଥ ମହାନ୍ତି,ରମେଶ ଚନ୍ଦ୍ର ନାୟକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପରିବାର ବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟ ସୋଜନ, ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ବନ ବିହାରି ମହାନ୍ତି ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସ୍ମୃତି ଉଦ୍ଦେଶ୍ୟରେ “ସ୍ମୃତି ସୁମନ” ପତ୍ରିକା ଉନ୍ମୋଚନ କରି, ତାଙ୍କର ଜୀବନ,ନୀତି, ଆଦର୍ଶ ବିଷୟରେ ଆଲୋକ ପାତ କରିଥିଲେ। ସେ ଅତ୍ୟନ୍ତ ସରଳ, ଶାନ୍ତ,ମିଷ୍ଟ ଭାଷୀ ବ୍ୟକ୍ତିତ୍ଵ ଥିଲେ। ସେ ପେସାରେ ଜଣେ ଶିକ୍ଷକ ଥିଲେ କିନ୍ତୁ ନିଶା ତାଙ୍କର ଥିଲା କବିତା ରଚନା ଓ ଗଲ୍ପ ,ନାଟକ ଲିଖନ ।ଏହା ସହିତ ସେ ଜଣେ ଦକ୍ଷ ମଞ୍ଚ କଳାକାର ଓ ନିର୍ଦ୍ଦେଶକ ଥିଲେ। ମାତ୍ର ନିଶା ପାଇଁ କେବେବି ପେସା କୁ ଅବହେଳା କରୁନଥିଲ। ଜଣେ ଶାନ୍ତ, ସରଳ, ଉଦାର ମଣିଷ ଯେ ଏତେ ପ୍ରତିଭାର ପ୍ରତିଭାବାନ ତାହା ସହଜରେ ବିଶ୍ୱାସ କରିହେବ ନାହିଁ । ତାଙ୍କର ଗୁଣ କୀର୍ତ୍ତି ,କର୍ତ୍ତବ୍ୟ ନିଷ୍ଠା ପାଇଁ ଆଜିବି ସେ ଅମର ହୋଇ ରହିଛନ୍ତି ।