ପୋଖରୀରେ ବୁଡି ଜଣେ ଟ୍ରାକ୍ଟର ଡ୍ରାଇଭର ମୃତ

ହିଞ୍ଜିଳି: ଗଂଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ବ ଗାଁରେ ଅଘଟଣ। ପୋଖରୀକୁ ଗାଧେଇ ଯାଇ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ। ମୃତ ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ଭୋଳା ସ୍ଵାଇଁ(35)। ସେ ଗତକାଲି ସନ୍ଧ୍ୟାରେ  ଗାଁ ପୋଖରୀକୁ ଗାଧେଇ ଯାଇ ଆଉ ଫେରି ନଥିଲେ । ତେଣୁ ଘରଲୋକ ସହ ଗାଁ ଲୋକ ପ୍ରଥମେ ବହୁ ଖୋଜା ଖୋଜି କରି ପାଇ ନଥିଲେ । ପରେ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା ।

ଅଗ୍ନିଶମ ବାହିନୀ ମଧ୍ୟ ଗତକାଲି ପୋଖରୀରେ ଖୋଜି ଭୋଳାଙ୍କୁ ପାଇ ନଥିଲେ । ହେଲେ ଆଜି ଭୋଳାଙ୍କ ମୃତ ଦେହ ପୋଖରୀରେ ଭାସୁଥିବାର ଲୋକେ ଦେଖି ଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଭୋଳଙ୍କ ମୃତ ଶରୀରକୁ ଉଦ୍ଧାର କରିଛି।