ତିର୍ତ୍ତୋଲରେ ଜମୁଛି ତ୍ରିମୁଖୀ ଦଳ ପ୍ରଚାର

(ଦିଲ୍ଲୀପ ସାହୁ /ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର।ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ଶାସକ ବିଜୁଜନତା ଦଳ,ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀମାନେ ଗାଁ ଗାଁ, ଘରଘର ବୁଲି ପ୍ରଚାର କରୁଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ଜଇପୁର ଠାରେ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଛି।ଏଥିରେ କଂଗ୍ରେସ ଦଳର ଷ୍ଟାର ପ୍ରଚାରକ ମାନେ ଯୋଗଦେଇ ବିଜେଡି ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଇଛନ୍ତି।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡଃ ଏ ଚେଲାକୁମାର,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଚିରଞ୍ଜିବୀ ବିଶ୍ୱାଳ,ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୁର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧାୟକ ଦଳର ନେତା ନରସିଂହ ମିଶ୍ର,କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତା ଏହି ସମାବେଶରେ ଯୋଗ ଦେଇଥିଲେ।ଉଭୟ କେନ୍ଦ୍ର ସରକାରରେ ଥିବା ବିଜେପି ଓ ରାଜ୍ୟର ଶାସକ ବିଜେଡି ସରକାରଙ୍କ ବିଫଳତା, କୋଭିଡ ନିୟନ୍ତ୍ରଣରେ ବିଫଳ, କୃଷିମାରଣ ନିତି,ବେରୋଜଗାରୀ,ସ୍ୱାସ୍ଥ୍ୟ ଓ ଗମନାଗମନ ସମାସ୍ୟା,ଆଦି ପ୍ରସଙ୍ଗକୁ କଂଗ୍ରେସର ବରିଷ୍ଠ ନେତା ମାନେ ଉଠାଇବା ସହିତ ଦଳୀୟ ପ୍ରାର୍ଥୀ ହୋଇଥିବା ହିମାଂଶୁ ଭୂଷଣ ମଲ୍ଲିକ ଜଣେ ଶିକ୍ଷିତ ଯୋଗ୍ୟ ତଥା ନିର୍ବାଚନ ମଣ୍ଡଳୀ ଭିତରର ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସୁଖଦୁଃଖର ସାଥୀ ହୋଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।