ଜମ୍ମୁକାଶ୍ମୀର: ଘାଟିରେ ସେନାକୁ ବଡ଼ ସଫଳତା। ଜମ୍ମୁକାଶ୍ମୀରର ବାରମୁଲ୍ଲାରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଉତରୀ କାଶ୍ମୀରର ଉରି ସେକ୍ଟରରେ କଣ୍ଟ୍ରୋଲ୍ ଲାଇନ୍ ଦେଇ ଅନୁପ୍ରବେଶ କରୁଥିବା ବେଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏବେ ବି ଉରୀରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି ।