ସୁରକ୍ଷା ବାହିନୀର ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର : ସୁରକ୍ଷା ବାହିନୀର ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ । ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳରେ ଆଜି ଭୋରୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଥିଲେ । ସେହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଦୁଇ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।