ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ, ଚାରିଜଣଙ୍କ ଘର ସମେତ ଅନେକ ଧନ ସମ୍ପତ୍ତି ନଷ୍ଟ

ରାଜନଗର/ନୟନା ନନ୍ଦ ବେହୁରା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଂଚାୟତ ଅନ୍ତର୍ଗତ ଅମଣାପାରି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି. ଅଗ୍ନିକାଣ୍ଡରେ ଚାରିଜଣଙ୍କ ଘର ସମେତ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଛି l ଗତ କାଲି ମଧ୍ୟ ରାତ୍ରି ଅର୍ଥାତ ପ୍ରାୟ ବାରଟା ସମୟରେ ବିଦ୍ୟୁତ ସଟ ସର୍କିଟିରେ ଅମଣାପାରି ଗ୍ରାମର ଗଦ୍ରଵ ଦାସ ତିନି ପୁଅ ଦିଲ୍ଲୀପ ଦାସ, ପ୍ରଭାତ ଦାସ, ପ୍ରତାପ ଦାସ ଙ୍କ ଚାରିବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି l ଘଟଣା ସ୍ଥଳରେ ଦମକଳ ପହଂଚି ନିଆଁକୁ ଆୟତ୍ତ କରିଥିଲା ସେତେବେଳକୁ ସମସ୍ତ ଧନ ସମ୍ପତି ଓ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା l