ଦର ବୃଦ୍ଧି ରୋକିବାକୁ ଯୋଗାଣ ବିଭାଗର ଏକ ଟିମ ଭୁବନେଶ୍ୱରର ୧ନଂ ହାଟରେ ଚଢାଉ

ଭୁବନେଶ୍ୱର: ଆଳୁ ବ୍ୟବସାୟୀଙ୍କ ଉପରେ ଚଢାଉ । ଦର ବୃଦ୍ଧି ରୋକିବାକୁ କରାଯାଉଛି ରେଡ୍। ଏକ ନମ୍ବର ହାଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ରହିଛି ଚଢ଼ାଉ । ଏହାସହ ଷ୍ଟକ୍ ଚେକ୍ କରୁଛି ଟିମ୍। ଦରଦାମର ପୁରୁଣା ଷ୍ଟିକର ଲଗାଇଥିବା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଚଢାଉ କରୁଥିବା ଟିମ୍ । ନିକଟରେ ଯୋଗାଣ ମନ୍ତ୍ରୀ କହିଥିଲେ ଦର ନିୟନ୍ତ୍ରଣ ରହିଛି।
ତେବେ ଯଥେଷ୍ଟ ପରିମାଣର ଆଳୁ ମହଜୁଦ ରହିଛି । ଗାଡି ବି ଆସୁଛି । ଏହାପରେ ଅଳୁ କେଜି ପିଛା ୩୫ରୁ ୪୦ ଓ ପିଆଜ ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଛି ।
ସୂଚନା ଅନୁଯାୟୀ , ଗତ କିଛି ଦିନ ହେଲା ରାଜ୍ୟରେ ଆଳୁ ଦର ଦାମ ବୃଦ୍ଧିପାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ୍ ଚାର୍ଟମଧ୍ୟ ପ୍ରସ୍ତୁତ କରାଯାଇଥିଲା । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ହଟହଟା ହେଉଛନ୍ତି । ଏଭଳି ସ୍ଥିତିରେ ଯୋଗାଣ ବିଭାଗର ଏକ ଟିମ ଭୁବନେଶ୍ୱରର ୧ନଂ ହାଟରେ ଚଢାଉ କରିଛନ୍ତି ।