ଇଂଲିଶ ମିଡିୟମ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ଚାରି ଜଣ ଶିକ୍ଷକ ଦୁଷ୍କର୍ମ କରୁଥୁବା ଭଳି ଏକ ସଙ୍ଗୀନ ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ସ୍କୁଲର ଜଣେ ମହିଳା ଶିକ୍ଷୟତ୍ରୀଙ୍କ ସହାୟତାରେ ଚାରି ଜଣ ଶିକ୍ଷକ ଦୀର୍ଘ ଦିନ ହେବ ଦୁଷ୍କର୍ମ କରି ଆସୁଥିଲେ । ପରିବାର ଲୋକ ଏ ବିଷୟରେ ଗତ ଜାନୁଆରୀ ମାସରେ ଜାଣିବା ପରେ ଛାତ୍ରୀ ଜଣଙ୍କୁ ସ୍କୁଲକୁ ଛାଡି ନଥିଲେ । ଛାତ୍ରୀଙ୍କ ବାପା ରାଜ୍ୟ ବାହାରେ ଚାକିରୀ କରୁଥୁବାରୁ ସେ ଘରକୁ ଆସିବା ପରେ ଗତ ୧୮ ତାରିଖରେ CWC ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ରାଜକନିକା ପୋଲିସ ମଧ୍ୟ ଶନିବାର ସକାଳୁ ସ୍କୁଲକୁ ଯାଇ ଶିକ୍ଷୟତ୍ରୀଙ୍କ ସହ ୪ ଜଣ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ପୀଡିତା ପରିବାର ପକ୍ଷରୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି ।