ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଚନ୍ଦକା:ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ ଘଟିଛି ଘଟଣା । BSc Data Science ର ଦ୍ଵିତୀୟ ବର୍ଷ ଛାତ୍ରୀ ଅର୍ଚ୍ଚନା ଦାସ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରୁ ଆସି ଅର୍ଚ୍ଚନା ଏଠି ପାଥପଢ଼ୁଥିଲେ । ଗତକାଲି ପରୀକ୍ଷା ଦେଇ ଆସିବା ପରେ ରୁମ୍ ଭିତରେ ଏଭଳି କରିଥିବା ଜଣା ପଡ଼ିଛି । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ବିନା ପୋଲିସ ଉପସ୍ଥିତିରେ ଓ ବିନା ପରିବାର ଲୋକଙ୍କ ଉପସ୍ଥିତିରେ ଅର୍ଚ୍ଚନାକୁ ଝୁଲନ୍ତା ଅବସ୍ଥାରେ  ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତାକୁ ଦାୟୀ କରିଛନ୍ତି ପରିବାର ଲୋକ ।କେନ୍ଦୁଝର ଓଲଡ଼ ଟାଉନର ଝିଅ ଅର୍ଚ୍ଚନା ଦାସ।ଅନ୍ୟପଟେ ଡାକ୍ତର ପାଠ ପଢି ଭଲ ଡାକ୍ତର ହେବ ବୋଲି ସ୍ବପ୍ନ ଦେଖିଥିଲା। ଏମିତିକି ଆମେରିକା ଯିବାକୁ ସ୍ବପ୍ନ ଦେଖୁଥିଲା। ଭଲରେ ଖାଇବା ଖାଇଥିଲା,ପରୀକ୍ଷା ଦେଇ ହଷ୍ଟେଲକୁ ଫେରିଥିଲା। ତେବେ କାହିଁକି ଏମିତି ପଦକ୍ଷେପ ନେଲା ତାକୁ ନେଇ ପୋଲସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବାପା ସୁରେନ୍ଦ୍ର କୁମାର ଦାସ।