ହାତୀ ସ୍ଥାନାନ୍ତରଣ ପାଇଁ ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

ଅନୁଗୁଳ:- ରାଜ୍ୟରେ ପ୍ରଥମ ଥର ପାଇଁ ହାତୀ ସ୍ଥାନାନ୍ତରଣ ପାଇଁ ଏକ ସ୍ବତନ୍ତ୍ର ଗାଡିକୁ କାର୍ଯ୍ୟରେ ଲଗାଯାଇଛି । ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ ରହିଛି । ଏହି ଟ୍ରକଟିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ । ଏହି ଟ୍ରକ୍ ପ୍ରଥମ ଥର ପାଇଁ ରାଜ୍ୟକୁ ଆସିଥିବା ବେଳେ ଏଥିରେ ହାତୀମାନଙ୍କୁ ସ୍ଥାନାନ୍ତରଣ ପାଇଁ ଆଉ ସମସ୍ୟା ହେବ ନାହିଁ।

hati v

ଏଥିରେ ହାତୀକୁ ଟ୍ରକ୍‌ରେ ଉଠିବାକୁ ସ୍ବତନ୍ତ୍ର ଲିଫ୍‌ଟ ଲାଗିଛି। ଟ୍ରକ୍‌ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍‌ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସେହିପରି ଜଳାଶୟରୁ ପାଣି ଭର୍ତ୍ତି କରାଯିବାକୁ ଏକ ପାଣି ପମ୍ପ ରହିଛି  । ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍‌ ମେସିନ୍‌ ଓ ଫାଷ୍ଟଏଡ୍‌ ବକ୍ସ ଖଞ୍ଜା ଯାଇଛି ।  ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ବଳ ଲାଇଟ୍‌ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି ।   ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ  ସାଇରନ୍‌ ବାଜି ଉଠିବ, ଫଳରେ ଟ୍ରାଫିକ୍‌ ସମସ୍ୟାରେ ଫସିବ ନାହିଁ । ଏହି ଟ୍ରକଟିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ । ଏହି ଟ୍ରକ୍ ପ୍ରଥମ ଥର ପାଇଁ ରାଜ୍ୟକୁ ଆସିଥିବା ବେଳେ ଏଥିରେ ହାତୀମାନଙ୍କୁ ସ୍ଥାନାନ୍ତରଣ ପାଇଁ ଆଉ ସମସ୍ୟା ହେବ ନାହିଁ।

Elephant Rescue Truck - YouTube