୪୮ ବର୍ଷ ମଧ୍ୟରେ ହେବାକୁ ଯାଉଛି ମହାଜାଗତିକ ବିତ୍ପାତ: ନାସା

ନୂଆଦିଲ୍ଲୀ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ବିଶାଳକାୟ ଏଷ୍ଟ୍ରଏଡ ‘ଅପୋଫିସ୍’ ପୃଥିବୀ ଆଡକୁ ମୁହାଁଇଥିବାର ସୂଚନା ଦେଇଛନ୍ତି। ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଏହା ବହୁ କ୍ଷତି କରିବ ବୋଲି ଆକଳନ କରାଯାଉଛି । ଏଣୁ ବୈଜ୍ଞାନିକମାନେ ଏହାକୁ ‘ଗଡ ଅଫ ଚାଓସ୍’ ନାମରେ ନାମିତ କରିଛନ୍ତି। ୪୮ ବର୍ଷରେ ଏହି ମହାଜାଗତିକ ପିଣ୍ଡ ନିଶ୍ଚିତ ପୃଥିବୀ ସହ ଧକ୍କା ହେବା ବୈଜ୍ଞାନିକ ଆଶଙ୍କା କରୁଛନ୍ତି ।

‘ଅପୋଫିସ୍’କୁ ନେଇ ଗବେଷଣା କରୁଥିବା ହାୱାଇ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଅନୁସାରେ ଏହି ଆଷ୍ଟ୍ରଏଡ ବେଗବାନ ହେବା ସହ ପୃଥିବୀ ଆଡକୁ ମାଡି ଆସୁଛି । ଏହା ନିକେଲ ଓ ଲୁହାର ବିଶାଳ ପିଣ୍ଡ ହୋଇଥିବା ବେଳେ ଅନୁନ୍ୟ ୧ହଜାର ଫୁଟ ଚୌଡ଼ା।ଯଦି ଏହା ପୃଥିବୀ ସହ ଧକ୍କା ଖାଏ ତେବେ ୮୮ ଟିଏନଟି ବିସ୍ଫୋରକ ଭଳି ବିନାଶ ହେବା ବୈଜ୍ଞାନିକ ଅନୁମାନ କରୁଛନ୍ତି । ୨୦୦୪ ମସିହାରେ ଏରିଜୋନା ବିଶ୍ୱବିଦ୍ୟାଳୟ ଏହାକୁ ପ୍ରଥମେ ଠାବ କରିଥିଲା । ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏହା ଉପରେ ଅଧିକ ଗବେଷଣା ହୋଇଥିଲା। ୨୦୩୬ ମସିହାରେ ଆଷ୍ଟ୍ରଏଡ ପୃଥିବୀକୁ ଅତ୍ୟନ୍ତ ନିକଟରୁ ଅତିକ୍ରମ କଲେ କୌଣସି କ୍ଷତି ହେବ ନାହିଁ। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ୨୦୨୯ରେ ଏହା ପୃଥିବୀକୁ ଅତିକ୍ରମ କଲେ ପୁଣି ୨୦୬୮ରେ ଅତିକ୍ରମ କରିବାର ଅ।।ଶଙ୍କା ରହିଛି । ଏହି ଆଷ୍ଟ୍ରଏଡକୁ ନାସା ପୃଥିବୀ ଲାଗି ତୃତୀୟ ବିପଦ ବୋଲି ଆକଳନ କରିଛନ୍ତି।