ପୁରୀ/ସଞ୍ଜୟ ମହାପାତ୍ର : ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଖପୁରୀଟି ଏକ ପୁରୁଷର ବୋଲି ଶାର୍ଟରୁ ଅନୁମାନ କରାଯାଉଛି । ତେବେ ଏହି ମୃତ ଦେହଟି ବଳିଆପଣ୍ଡା ଥାନା ଅଞ୍ଚଳରେ ପଡିଛି । ବଳିଆପଣ୍ଡା ଥାନା ପୋଲିସକୁ ଖପୁରୀ ଓ ଶରୀର ଅଂଶ ବିଶେଷକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏଫ ଏମ ଡି ଡିପାର୍ଟମେଣ୍ଟକୁ ପଠାଯାଇଛି। ରିପୋର୍ଟ ଆଧାରରେ ତଦନ୍ତ କରାଯିବ। ଏହି ମୃତ ଦେହ କାହାର ତାହା ଜଣାପଡି ନାହିଁ । ପୁରୀ ପୋଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ରହିବ ମୃତ ଦେହର ପରିଚୟ ଖୋଜିବା ପାଇଁ | ଗତ ୧୪ ତାରିଖରେ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଯାହାର ପରିଚୟ ମିଳିଥିଲା କିନ୍ତୁ ଏହି ସ୍କେଲିଟନର ପରିଚୟ ମିଳିନାହିଁ।