ରବିବାର ଅପରାହ୍ନରେ ଆମେରିକାର ଟେନେସି ଅଞ୍ଚଳରେ ହୋଇଛି ବିମାନ ଦୁର୍ଘଟଣା

0

ଆମେରିକା-: ରବିବାର ଅପରାହ୍ନରେ ଆମେରିକାର ଟେନେସି ଅଞ୍ଚଳରେ ହୋଇଛି ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଥିବା ବେଳେ ବିମାନରେ ୨୦ ଜଣ ଯାତ୍ରୀଥିବା ନେଇ ସୂଚନା ରହିଛି । ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିଲେ । ତେବେ ସେମାନଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ନାଶଭିଲ୍‌ ଠାରୁ ପ୍ରାୟ ୭୭ କିଲୋମିଟର ଦକ୍ଷିଣ ପୂର୍ବ ଟେନେସିର ତୁଲାହୋମାରେ ଦୁର୍ଘଟଣା ଘଟିଥିଲା ।