ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଲା କଟକ ଏସସିବି ମେଡିକାଲର ବିକଳ ଚିତ୍ର

କଟକ: ଏସସିବି ମେଡିକାଲର ବିକଳ ଚିତ୍ର ।  କଟକ ଏସସିବିକୁ ବିଶ୍ବସ୍ତରୀୟ କରିବାକୁ ସରକାର ୩ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଆଉ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରାଜନଗରର ଶାସକ ଦଳ ବିଧାୟକ ଧୃବ ସାହୁ । ଆଜି ସେ ନିଜ ନିର୍ବାଚନମଣ୍ଡଳୀର ଜଣେ ଅସୁସ୍ଥଙ୍କୁ ଭେଟିବା ପାଇଁ କଟକ ଏସସିବିକୁ ମେଡିକାଲକୁ ଯାଇଥିବାବେଳେ ଦୁଇ ରୋଗୀଙ୍କୁ ତଳେ ଶୋଇ ଚିକିତ୍ସିତ ହେଉଥିବା ଦେଖିଥିଲେ। ଦୁଇ ଅସୁସ୍ଥଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଶ୍ରୀରାମପୁର ପାଳପାଟଣା ଗ୍ରାମର ଯୁବନେତା ନଟବର ସେଠୀଙ୍କ ପିତା ଗୌରାଙ୍ଗ ସେଠୀ ଓ ଅନ୍ୟ ଜଣେ ହେଉଛନ୍ତି ଡେଙ୍ଗୁରେ ଆକ୍ରାନ୍ତ ନାରାୟଣ ମଲ୍ଲିକ ।