ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ନାଁରେ ଆସିଛି ମହାଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ:- ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ନାଁରେ ଆସିଛି ମହାଭିଯୋଗ ପ୍ରସ୍ତାବ । ତାଙ୍କ ଘରୁ ବିପୁଳ ପୋଡ଼ା ଟଙ୍କା ମିଳିବା ମାମଲାରେ ମହାଭିଯୋଗ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଲୋକସଭାର ୧୪୬ ଜଣ ସଦସ୍ୟ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । ଏଥିରେ ଶାସକ ଏବଂ ବିରୋଧୀ ଦଳର ନେତା ଏଥିରେ ସାମିଲ ଅଛନ୍ତି ।

ସୂଚନା ମୁତାବକ, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି ତିନିଜଣିଆ ତଦନ୍ତ କମିଟି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ବାରା ତିନି ଜଣିଆ ତଦନ୍ତ ପ୍ୟାନେଲ୍ ଗଠନ କରାଯାଇଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ମଣିନ୍ଦର ମୋହନ ଓ ବରିଷ୍ଠ ଆଡଭୋକେଟ ବିଭି ଆଚାର୍ଯ୍ୟଙ୍କୁ ପ୍ୟାନେଲର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଏହି ପ୍ୟାନେଲ ଜଷ୍ଟିସ୍ ବର୍ମାଙ୍କ ବାସଭବନରେ ପୋଡ଼ି ଯାଇଥିବା ଟଙ୍କା ମାମଲାର ତଦନ୍ତ କରିବ । ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚ କରି ଲୋକସଭାରେ ରିପୋର୍ଟ ଦାଖଲ କରିବ । ଲୋକସଭାର ୧୪୬ ଜଣ ସଦସ୍ୟ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । ଶାସକ ଦଳ ଏବଂ ବିରୋଧୀ ଦଳ ଉଭୟର ନେତା ଏଥିରେ ଅନ୍ତର୍ଭୁକ୍ତ । ଅଭିଯୋଗରେ ସତ୍ୟତା ଥିଲେ ଆଗାମୀ ପଦକ୍ଷେପ ସମ୍ପର୍କରେ ସୁପାରିଶ କରିପାରିବ ତଦନ୍ତ ପ୍ୟାନେଲ୍ । ଯଦି ଅଭିଯୋଗ ଗମ୍ଭୀର ପ୍ରମାଣିତ ହୁଏ, ତେବେ ଜଷ୍ଟିସ୍ ବର୍ମାଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ । ନିୟମାନୁସାରେ ଅତିକମରେ ଦୁଇତୃତୀୟାଂଶ ଭୋଟ ଆସିଲେ ପ୍ରସ୍ତାବକୁ ଗୃହୀତ କରାଯିବ ।