ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ

ଟ୍ରାକ୍ଟର ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ନିକଟସ୍ଥ ସୋରଡ଼ା ସନ୍ନିକଟରେ ଶନିବାର ଅପରାହ୍ନ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିଲେ । ଦୁଇ ଗୁରୁତରଙ୍କୁ ୧୦୮ଯୋଗେ ଚିକିତ୍ସା  ନିମନ୍ତେ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ କୁଳମଣି ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟ ଗୁରୁତର ପିଣ୍ଟୁ ବେହେରା ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସୁଚନା ଅନୁଯାୟୀ କାରଟି ଦଶପଲ୍ଲା ରୁ ନୟାଗଡ଼ ଯିବା ସମୟରେ ଅପର ପଟରୁ ଆସୁଥିବା ଏକ  ଟ୍ରାକ୍ଟର ସହିତ ମୁହାମୁହିଁ ଧକ୍କା ହେବା ଫଳରେ ଏଭଳି ଘଟଣା ଘଟିଛି | ଉଭୟ ଗାଡିର ସମ୍ମୁଖ ଭାଗ ଭାଙ୍ଗିରୁଜି ଚୁରୁମାର୍ ହୋଇଯାଇଛି | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।