ଭୁବନେଶ୍ବର-: ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି । ଯାହାପରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ମନ୍ଦିରରେ ବଡ଼ ଘୋକାଳ ନୀତି ହେବା ପରେ ପୁଣିଥରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା ।
ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ଭିତରେ ଜଣେ ବିଦେଶୀ ନାଗରିକ ତଥା ଅଣହିନ୍ଦୁ ବୁଲୁଥିବା ସମୟରେ ତାଙ୍କର ଗତିବିଧିକୁ ସନ୍ଦେହ କରି କିଛି ସେବାୟତ ଓ ଲିଙ୍ଗରାଜ ମନ୍ଦିର ପୁଲିସ ପଚରାଉଚରା କରିଥିଲେ । ସଂପୃକ୍ତ ବ୍ୟକ୍ତି ଜଣକ ରୋମାନର ନାଗରିକ ଏବଂ ତାଙ୍କ ନାଁ ଆଣ୍ଡ୍ରି ଖ୍ରୀଷ୍ଟିଆନ ବୋଲି ଜଣାପଡ଼ିଥିଲା । ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିଲେ ।
ରାଜ୍ୟରେ ହିନ୍ଦୁମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରିବା ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ହୋଇଥିବା ନଜିର ରହିଛି । ଗତବର୍ଷ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିଲେ । ବାଂଲାଦେଶରୁ ଆସିଥିବା ଅଣହିନ୍ଦୁ ଗୋଷ୍ଠୀର କିଛି ଲୋକ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ଆଉ କିଛି ଲୋକ ବାହାରେ ବୁଲାବୁଲି କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ ।