ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବଡବେରଣା ରାଜିବଗାନ୍ଧି ସେବାକେନ୍ଦ୍ର ଠାରେ ସାଇବର କ୍ରାଇମ ଅପରାଧ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଜାଜ ଫାଇନାନ୍ସ କମ୍ପାନୀ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ। ଏହା ସହିତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଆଜିର ସମାଜରେ ପ୍ରତ୍ୟେକ ଘରେ ସାଇବର କ୍ରାଇମ ଘଟୁଥିବାରୁ ତାହା ଉପରେ ଆଲୋଚନା କରାଯାଇଥିଲା । ଏ ନେଇ ସମସ୍ତେ ସଚେତନ ହୋଇ ତୁରନ୍ତ ପୋଲିସ ସହାୟତା ଆବଶ୍ୟକ କରିବା ସହିତ ମୋବାଇଲ ଫୋନରେ କୌଣସି ପ୍ରକାର ଓଟିପି ଏବଂ ଫ୍ରଡ କଲ ଉପରେ ବିଶ୍ୱାସ ନ କରିବା ପାଇଁ ସଚେତନ କରାଯାଇଥିଲା ।