ପୁଲିସ କାର୍ଯ୍ୟାଳୟରେ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ

ସୁବଣ୍ଣପୁର  ମୁଖ୍ୟ ପୁଲିସ କାର୍ଯ୍ୟାଳୟରେ ମୋବାଇଲ ଫେରସ୍ତ ହୋଇଯାଇଛି। ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ମୋବାଇଲ ଫୋରସ୍ତ ମେଳାରେ ଜିଲ୍ଲାର ବିଭିନ୍ନ ଲୋକଙ୍କ ହଜିଯାଇଥିବା ଏବଂ ଚୋରି ହୋଇଥିବା ୫୫ଟି ମୋବାଇଲ ଉଦ୍ଧାର କରାଯାଇ ସମ୍ପୃକ୍ତ ଲୋକଙ୍କୁ ଫେରସ୍ତ କରାଯାଇଛି। ଏଥିରେ ଡୁ ଙ୍ଗୁରିପାଲି ଥାନାର ୧୫ ଜଣ, ବିନିକା ଥାନାର ୧୦ଜଣ, ରାମପୁର ଥାନାର ୧୪ଜଣ, ତରଭା ଥାନାର ୮ଜଣ, ଲଛିପୁର ଥାନାର ୨ଜଣ, ସୋନପୁର ଥାନାର ୩ଜଣ, ବୀରମହାରାଜପୁର ଥାନାର ୩ଜଣ ଲୋକଙ୍କୁ ଜିଲ୍ଲା ସେମାନଙ୍କର ମୋବାଇଲ ଫେରସ୍ତ କରାଯାଇଥିଲା। ମେଳା ଏଥିରେ ଅତିରିକ୍ତ ଏସପି କେକେ ହରିପ୍ରସାଦ, ସୋନପୁର ଏସଡିପିଓ ପ୍ରତାପଚନ୍ଦ୍ର ତ୍ରି ପାଠୀ ଏବଂ ବିଭିନ୍ନ ଥାନାର ଆଇ ଆଇ ସିମାନେ ଉପସ୍ଥିତ ଥିଲେ।