ଗୋପ/ଜୟନ୍ତ କୁମାର ସେଠୀ: ପିପିଲିରେ ଅଘଟଣ, ରୁଟି ତିଆରି ମେସିନରେ ପଶି ନାବାଳକର କଟିଲା ହାତ ଆଙ୍ଗୁଠି । ରୁଟି ପ୍ରସ୍ତୁତ କରିବା ସମୟରେ ଘଟିଲା ଦୁର୍ଘଟଣା, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ମେସିନକୁ କାଟି ନାବାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଉଦ୍ଧାର ନାବାଳକଙ୍କ ବୟସ ୧୫ ବର୍ଷ ହେବ । ଗତ କିଛିଦିନ ଧରି ପିପିଲି ହାଟ ଛକ ରେ ରୁଟି ମେସିନିରେ ରୁଟି ପ୍ରସ୍ତୁତ ମେସିନ ହୋଇଥିଲା । ଏହାର ଲାଇସେନ୍ସ ରହିଥିଲା ନା ଲାଇସେନ୍ସ ନଥିଲା ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।