ରାମଲୀଳା ନାଟକ ଦେଖିବାକୁ ଯାଇ ଜଣେ ନାବାଳକଙ୍କ ଜୀବନ ଚାଲିଗଲା

ରାମଲୀଳା ନାଟକ ଦେଖା ବେଳେ ଚାଲିଗଲା ଜୀବନ । ପାଖ ଗାଁରେ ହେଉଥିବା ରାମଲୀଳା ନାଟକ ଦେଖିବାକୁ ଯାଇଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନ ଅନୁସାରେ ମୃତ ନାବାଳକ ଜଣକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପରଳା ଗାଁର ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭମ ପ୍ରଧାନ ବୋଲି ଜଣା ପଡିଛି  । ନିଜ ଗାଁ ପାଖରେ ଥିବା ଭବାନୀପୁର ଗାଁକୁ ରାତିରେ ରାମଲୀଳା ନାଟକ ଦେଖିବାକୁ ଯାଇଥିଲେ ଶୁଭମ୍ ।କିନ୍ତୁ ଏହି ନାଟକ ଦେଖା ଥିଲା ତାଙ୍କ ଜୀବନର ଶେଷ ଦେଖା ।

ରାମଲୀଳା ନାଟକରେ ହନୁମାନ ଭୂମିକାରେ ଥିବା କଳାକାର ଗୋଡ଼ାଇବା ପରେ ଶୁଭମ୍ ଦୌଡ଼ି ଯାଇ ନିକଟରେ ଥିବା ଏକ ମୁକ୍ତ ବିଦ୍ୟୁତ୍ ଟ୍ରାନସଫର୍ମରରେ ଲାଗି ଯାଇଥିଲେ । ଫଳରେ ବିଦ୍ୟୁତ୍ ଆଘାତ ଲାଗି ଘଟଣା ସ୍ଥଳରେ ହିଁ ଶୁଭମଙ୍କ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇଁ ଘଟଣା ସ୍ଥଳରେ କୃଷ୍ଣପ୍ରସାଦ ଥାନା ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମୋର୍ଟମ୍ ପାଇଁ ପଠାଇ ଦେଇଛି । ନାଟକ ଦେଖିବା ମଜା ଶେଷରେ ଜଣେ ନାବାଳକ ପାଇଁ କାଳ ପାଲଟି ଯାଇଛି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।